Odisha Link
Bridging the Missing Links in Odisha

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ହେବ ପୂର୍ବ ପ୍ରସ୍ତୁତି ବୈଠକ

ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା କରାଯିବ।

ଓଏଲ୍‌ ବ୍ୟୁରୋ: ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ପ୍ରସ୍ତୁତି ବୈଠକ ହେବ ବୋଲି ସୂଚନା ରହିଛି। ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା କରାଯିବ। ଗ୍ରୀଷ୍ମ ଦିନରେ ବି ବାତ୍ୟା ହେଉଥିବାରୁ ଏଥିରୁ କିପରି ଲୋକମାନେ ସୁରକ୍ଷିତ ରହିବେ ସେଥିପାଇଁ ଆଲୋଚନା ହେବ।

ଖବର ଅନୁସାରେ, ରାଜ୍ୟରେ ଅଦିନରେ ବାତ୍ୟା ବନ୍ୟା ଲାଗି ରହୁଥିବାରୁ ସରକାର ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ଏନେଇ ସଜାଗ ରହିବା ପାଇଁ ବୈଠକ କରିବେ। ଗ୍ରୀଷ୍ମ ଦିନରେ ବି ବାତ୍ୟା ହେଉଥିବାରୁ ଏଥିରୁ କିପରି ଲୋକମାନେ ସୁରକ୍ଷିତ ରହିବେ ସେଥିପାଇଁ ଆଲୋଚନା ହେବ। ବାତ୍ୟା ପରେ କ୍ଷୟକ୍ଷତି ଏବଂ ବାତ୍ୟାରେ ସମ୍ମୁଖୀନ ହୋଇ ଅସୁବିଧାରେ ପଡିଥିବା ଲୋକମାନଙ୍କୁ କିପରି ସାହାଯ୍ୟ କରାଯାଇପାରିବ ଏନେଇ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ଭାହିନୀକୁ ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରାଯିବ।