ହାଇୱା ଧକ୍କାରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ, ଜଣେ ଗୁରୁତର
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନିକଟସ୍ଥ ଓଳାଭର-ସିଂହପୁର ରାସ୍ତାରେ ଘଟିଥିବା ଏକ ଅଭାବନୀୟ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାସ୍ତାରେ ଯିବା ସମୟରେ ହାଇୱା ଧକ୍କାରେ ୨ ବାଇକ୍ ଆରୋହୀ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜକନିକା ଓଳାଭର-ସିଂହପୁର ରାସ୍ତା ବରିପଡ଼ାର ଘଟିଛି। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସମ୍ମୁଖୀନ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି କରିଛି।