Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କୁ କହିଲେ ବିଷଧର ସାପ, ପରେ କହିଲେ ସରି

ଓଏଲ୍‌ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ସରଗରମ କର୍ଣ୍ଣାଟକ ରାଜନୀତି। କିଏ ହାତେଇବ କର୍ଣ୍ଣାଟକ ସିଂହାସନ ତାକୁ ନେଇ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। କିଭଳି ଭୋଟରଙ୍କ ମନ ଜିଣିବେ ସେ ନେଇ ମଧ୍ୟ ଅଙ୍କକଷା ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେ। ସବୁଠୁ ବଡ଼କଥା ଏହାକି ଯେ ପିଏମ୍‌ ମୋଦିଙ୍କୁ କଟାକ୍ଷ କରିବା ପରେ ଭୁଲ ମଧ୍ୟ ମାଗିଛନ୍ତି ଖଡଗେ।

ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ କଂଗ୍ରେସ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ପିଏମ୍‌ ମୋଦିଙ୍କୁ ବିଷଧର ସାପ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ସେ କହିଛନ୍ତି ଯେ, ମୋଦି ହେଉଛନ୍ତି ଜଣେ ବିଷଧର ସାପ। ଆପଣ ତାଙ୍କୁ ଜହର ଭାବନ୍ତୁ କି ନ ଭାବନ୍ତୁ। ହେଲେ ଆପଣ ଯଦି ତାଙ୍କୁ ଚାଖିବେ, ତେବେ ତୁରନ୍ତ ମରଯିବେ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଜଣେ ଭଲ ଲୋକ, ସେ ଯାହା ଦେବେ, ଆପଣ ନିଶ୍ଚୟ ଦେଖିବେ। ହେଲେ ଯଦି ଆପଣ ତାକୁ ଚାଖିଗେ, ତେବେ ତୁରନ୍ତ ଶୋଇଯିବେ। ତେବେ ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ବୟାନ ପରେ ଏହାର ତୀବ୍ର ନିନ୍ଦା କରିଛି ବିଜେପି।

ଖଡଗେଙ୍କ ଏହି ବୟାନ ପରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଟ୍ବିଟ୍ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି ଆପତ୍ତିଜନକ ଭାଷାର ବ୍ୟବହାର କରିଛନ୍ତି। ସମାଜରେ ବିଭାଜନର ଜହର, ଦେଶର ବିଭାଜନର ଜହର, ଭଷ୍ଟାଚାରର ଜହର ଓ ରାଜନୀତିରେ ବଂଶବାଦର ଜହର କଂଗ୍ରେସ ଖେଳାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଖଡଗେ ନିର୍ବାଚନ ବେଳେ ଏପରି ଭାଷଣ ରଖିଥିବାବେଳେ, ତୁରନ୍ତ ଏହାର ସଫେଇ ରଖି କ୍ଷମା ମଧ୍ୟ ମାଗିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସେ ଏପରି କହିନାହାଁନ୍ତି। ସେ କୌଣସି ବ୍ୟକ୍ତିଗତ ବୟାନ ଦେଇନାହାଁନ୍ତି।ତାଙ୍କ କହିବା ମୁତାବକ, ତାଙ୍କ ବିଚାରଧାରା ସାପ ଭଳି।ଯଦି ଆପଣ ଏହାକୁ ଚାଟିବେ ତେବେ ତୁରନ୍ତ ମରିବେ। ଯଦି ମୋ କଥା କାହାକୁ କଷ୍ଟ ଦେଇଛି ତେବେ ମୁଁ ବିନମତ୍ରାର ସହ ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି ଖଡଗେ।

Leave A Reply

Your email address will not be published.