Odisha Link
Bridging the Missing Links in Odisha

ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ: ନବରଙ୍ଗପୁର ଏସପି

ଧ୍ୱଂସ କରାଯାଇଥିବା ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି।

ଓଏଲ୍‌ ବ୍ୟୁରୋ: ଗତକାଲି ନବରଙ୍ଗପୁରରେ ସର୍ଚ୍ଚ ଅପେରସନ ସମୟରେ ନକ୍ସଲ ଶିବିର ଧ୍ୱଂସ କରାଯାଇଛି। ଏହା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ନବରଙ୍ଗପୁର ଏସପି ଏସ.ସୁଶ୍ରୀ। ସେ କହିଛନ୍ତି, ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଧ୍ୱଂସ କରାଯାଇଥିବା ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି। ନକ୍ସଲ ଶିବିରରୁ ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି। ଏଥିରୁ ଜଣାପଡୁଛି, ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ ବୋଲି ନବରଙ୍ଗପୁର ଏସପି ଏସ.ସୁଶ୍ରୀ କହିଛନ୍ତି। ମହିଳାଙ୍କୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି ବୋଲି ନକ୍ସଲ ଶିବିର ଧ୍ୱଂସ ପରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀ ବଡ଼ ବୟାନ ଦେଇଛନ୍ତି।

Leave A Reply

Your email address will not be published.