Odisha Link
Bridging the Missing Links in Odisha

ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଟାୟାର ଚୋରି କରୁଥିବା ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଲେଇମୁଣ୍ଡା ଛତାବର ନିକଟରେ ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରେ ଓଲଟିଲା ଟ୍ରଲର। ଟାୟାର ଚୋରି କରୁଥିବା ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି କରିଛି।

Leave A Reply

Your email address will not be published.