Odisha Link
Bridging the Missing Links in Odisha

ସୋଆ ପକ୍ଷରୁ ଇଣ୍ଡଷ୍ଟ୍ର୍ରିଆଲ୍‌ ଇନ୍‌ଟରଆକ୍ଟିଭ୍‌ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ “ରିସେଂଟ୍‌ ଡେଭଲପ୍‌ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍‌ ଇନ୍‌ କୋର ଇଣ୍ଡଷ୍ଟ୍ରିଜ୍‌” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହି କର୍ମଶାଳାରେ ୧୩୦ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ରିନ୍ୟୁବଲ୍‌ ଏନର୍ଜି, ଫ୍ୟୁଚର ଚାଲେଞ୍ଜେସ୍‌ ଅଫ୍‌ ୱାର୍କ, ୱାର୍କଫୋର୍ସ ଆଣ୍ଡ ୱାର୍କପ୍ଲେସ୍‌ ଇନ୍‌ ମାନୁଫ୍ୟାକ୍‌ଚରିଂ ଇଣ୍ଡଷ୍ଟ୍ରିଜ୍‌, ଚାଲେଞ୍ଜେସ ହ୍ୱିଚ୍‌ ଅବ୍‌ଷ୍ଟ୍ରକ୍ସ ଦ ଇମ୍ପ୍ରୁଭ୍‌ମେଂଟ ଅଫ୍‌ କୋର ଇଣ୍ଡଷ୍ଟ୍ରିଜ୍‌, ଅପର୍ଚୁନିଟିଜ୍‌ ଅଫ୍‌ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଆଣ୍ଡ ଆପ୍ଲିକେସନ୍‌ ଅଫ୍‌ ଡାଟା ସାଇନ୍ସ, ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସ (ଏଆଇ) ଓ ମେସିନ୍‌ ଲର୍ଣ୍ଣିଂ (ଏମ୍‌ଏଲ୍‌) ଇନ୍‌ ଇଣ୍ଡଷ୍ଟ୍ରିଜ୍‌ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କଳିଙ୍ଗ ନଗର ସ୍ଥିତ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପ୍ରସାଦ, ଭୁବନେଶ୍ୱରସ୍ଥିତ ସିଟିଟିସିର କ୍ୱାଲିଟି ଆଣ୍ଡ କନ୍‌ସଲ୍‌ଟାନ୍ସି ବିଭାଗର ମୁଖ୍ୟ ଡକ୍ଟର ଶଚିକାନ୍ତ କର, ସନ୍‌ଷ୍ଟୋନ୍‌ ସୋଲାର ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନତ କୁମାର ମିଶ୍ର, ମେଟାଲିକ୍ସର ଜେନେରାଲ୍‌ ମ୍ୟାନେଜର, ଏଚ୍‌ଆର୍‌ ଆଣ୍ଡ ଆଡମିନିଷ୍ଟ୍ରେସନ୍‌ ରାଜୀବ ଶର୍ମା ଓ ଢ଼େଙ୍କାନାଳ ସ୍ଥିତ ଜିଏମ୍‌ଆର୍‌ ପାୱାର ପ୍ଲାଂଟର ଟ୍ରେନିଂ ମୁଖ୍ୟ ନବରାଜ ସିଂ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କର କ୍ୟାରିୟର୍‌ ସମ୍ପର୍କରେ ଆଲୋଚନା କରିଥିଲେ ।

ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପି.କେ. ସାହୁ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋଆର ଡିନ୍‌ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ଜେ.କେ.ନାଥ କୋର ଇଣ୍ଡଷ୍ଟ୍ରିଜ୍‌ କ୍ଷେତ୍ରରେ ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ବିଭାଗର ମୁଖ୍ୟ ପ୍ରଫେସର ସୁଜିତ କୁମାର ଦାଶ ବିବିଧ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଆହରଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଆଡିସ୍‌ନାଲ୍‌ ଡିନ୍‌ (ଷ୍ଟୁଡେଂଟ୍ସ ଆଫେୟାର୍ସ), ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ଏବଂ ଆଡିସ୍‌ନାଲ୍‌ ଡିନ୍‌ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍‌. ଥାଟୋଇ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ନିର୍ଭରତା ସମ୍ପର୍କରେ ଆଲୋଚନା କରିଥିେଲେ ।

Leave A Reply

Your email address will not be published.