Odisha Link
Bridging the Missing Links in Odisha

ସୁଦାନରେ ‘ଅପରେସନ କାବେରୀ’ ଜାରି, ଦେଶକୁ ଫେରିଲେଣି ୩ ହଜାରରୁ ଅଧିକ ଭାରତୀୟ

ଆମେ ସୁଦାନରେ ଆମର ନାଗରିକଙ୍କ ସହାୟତା କରିବା ପାଇଁ ପ୍ରତିଜ୍ଞାବଦ୍ଧ।

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅଶାନ୍ତ ସୁଦାନରେ ଅପରେସନ କାବେରୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ପୁଣି ଜେଦାହରୁ ଦିଲ୍ଲୀ ଫେରିଲେ ଆଉ ୩୨୮ ଭାରତୀୟ।

ଖବର ଅନୁସାରେ, ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ଅପରେସନ କାବେରୀ ଆରମ୍ଭ ନେଇ ଜୟଶଙ୍କରଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ। ମିଳିଥିବା ତଥ୍ୟ ଅନୁସାରେ ସୁଦାନରେ ଫସିଥିବା ୩ ହଜାରରୁ ଅଧିକ ଭାରତୀୟଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯିବ। ଜାହାଜ ଓ ବିମାନ ଯୋଗେ ସେମାନଙ୍କୁ ଭାରତ ଅଣାଯିବ ବୋଲି ସୂଚନା ରହିଥିଲା।

ଅପରେସନ କାବେରୀ ଆଧାରରେ ୫୦୦ ଭାରତୀୟ ପୋର୍ଟ ସୁଡାନରେ ପହଞ୍ଚିଥିଲେ। ସୁଦାନରେ ଫସିଥିବା ଆମ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅପରେସନ କାବେରୀ ଚଲାଯାଉଛି। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଗକୁ ଲେଖିଛନ୍ତି ଯେ, ଆମେ ସୁଦାନରେ ଆମର ନାଗରିକଙ୍କ ସହାୟତା କରିବା ପାଇଁ ପ୍ରତିଜ୍ଞାବଦ୍ଧ।

ଆମର ବିମାନ ଏବଂ ପାଣି ଯାହଜ ସେମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ଅଛି। ସେହିପରି ଫ୍ରାନ୍ସ ହିଂସାଗ୍ରସ୍ତ ସୁଦାନରୁ ୫ ଭାରତୀୟ ନାଗରିକ ସମେତ ୨୮ ଦେଶର ନାଗରିକଙ୍କୁ ହିଂସା ଅଞ୍ଚଳରୁ ବାହାରକୁ ବାହାର କରିଛି। ଫ୍ରାନ୍ସର ବାୟୁସେନା ଏପର୍ଯ୍ୟନ୍ତ ସୁଦ୍ଧା ୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି। ଫ୍ରାନ୍ସର ସେନା ପୋଷ୍ଟକୁ ଏମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଛି।

Leave A Reply

Your email address will not be published.