Odisha Link
Bridging the Missing Links in Odisha

ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର କରିବେ ଡାକ୍ତର

ଭୁବନେଶ୍ବର: ଏଣକି ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର କରିବେ ଡାକ୍ତର। ପୁଲିସ ବାବୁଙ୍କୁ ସ୍ବତନ୍ତ୍ର ତାଲିମ ଦେବେ ମାନସିକ ରୋଗ ବିଶେଷଜ୍ଞ। କମିଶନରେଟ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ମୁକ୍ତ ପାଇଁ ସ୍ୱତନ୍ତ୍ର ନୀତି ଆପଣାଇଛି। ଇଣ୍ଡିଆନ ସାଇକାଟ୍ରିକ ସୋସାଇଟି ସହ କମିଶନରେଟ ପୁଲିସ ଆଜି ଚୁକ୍ତି ସ୍ୱାକ୍ଷର କରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଶାରୀରିକ ଓ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି ଅନେକ ପୁଲିସ କର୍ମଚାରୀ। ମାନସିକ ଚାପ ପାଇଁ କେତେବେଳେ ଆତ୍ମହତ୍ୟା କରୁଛନ୍ତି ତ କେତେବେଳେ ନିଶା ସେବନକୁ ଆପଣାଇ ନେଉଛନ୍ତି। ତେଣୁ ସେଥିରୁ ଦୂରେଇ ରହିବା ଦିଗରେ କନଷ୍ଟେବଳଙ୍କୁ ଟ୍ରେନିଂ ଦିଆଯିବ।

ଅନ୍ୟପଟେ ମାନସିକ ରୋଗ ବିଶେଷଜ୍ଞ ଅମ୍ରିତ ପାଟଯୋଶୀ କହିଛନ୍ତି, ତଳସ୍ତରରେ କାମ କରୁଥିବା ପୁଲିସ କର୍ମଚାରୀଙ୍କ ଉପରେ ସବୁ ପଟରୁ ଚାପ ରହିଥାଏ। ଏହାକୁ ହାଲ୍‌କା କରିବାକୁ ବିଶେଷଜ୍ଞ ଟିମ୍ ଚେଷ୍ଟା କରିବ। ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଆନ ସାଇକାଟ୍ରିକ ସୋସାଇଟିର ପ୍ରାୟ ୫ ଜଣ ବିଶେଷଜ୍ଞ ଏହି ତାଲିମ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.