Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ମେ’୧୦ରେ ପଡ଼ିବ ଭୋଟ, କିଏ ମାରିବ ବାଜି…

କିଏ ଜିତିବ ଭୋଟରଙ୍କ ମନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା।

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାର। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ ଅର୍ଥାତ ଆଉ ଗୋଟେ ଦିନ ପରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ଭୋଟରଙ୍କୁ ମନାଇବାକୁ ୩ ଦଳ ପ୍ରାର୍ଥୀଙ୍କ ଅଙ୍କ କଷା କଷି। ମଇଦାନରେ ହେଭିୱେଟଙ୍କ ଘମାଘୋଟ୍ ପ୍ରଚାରର ଶେଷ। ଉପ-ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ। କିଏ ଜିତିବ ଭୋଟରଙ୍କ ମନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା।

ଉପ-ନିର୍ବାଚନକୁ ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ୩୩୦ ଭୋଟର ଘରୁ ଭୋଟ ଦେବା ପାଇଁ ଆବେଦନ କରିଥିଲେ। ୩୨୧ ଜଣ ମତଦାନ କରିସାରିଛନ୍ତି। ୨୫୩ ବୁଥରେ ମତଦାନ ଅନୁଷ୍ଠିତ ହେବ। ୨୬ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି। ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ୨୬ ପିଙ୍କ ବୁଥରୁ ୨୦ ଟି ଝାରସୁଗୁଡ଼ା ମ୍ୟୁନିସପାଲିଟିର। ବିନା ହିଂସାରେ ନିର୍ବାଚନ କରାଇବା ଲକ୍ଷ୍ୟ ରହିଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ୧୪୪ଟି ବୁଥରେ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ରହିବେ। ବୁଥ ଦାୟିତ୍ୱରେ ୧୦୨୨ ଜଣ ପୁଲିସ ପର୍ସନେଲ।

ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଥିଲା ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.