Odisha Link
Bridging the Missing Links in Odisha

ପୂର୍ବ ଶତ୍ରୁତା ନେଲା ଜୀବନ, ମାରଣାସ୍ତ୍ରରେ ଆକ୍ରମଣ କରି ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

କମନଳିଆ ଯୋର ନିକଟରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦିଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାତିରେ କାଜୁ ବଗିଚାରୁ ଘରକୁ ଫେରିଲା ବେଳେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। କମନଳିଆ ଯୋର ନିକଟରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖିଲା ପୁଲିସ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଅଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଏନେଇ ତଦନ୍ତ ଜାରି କରିଛି।

Leave A Reply

Your email address will not be published.