Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ, କିଏ ଜିତିବ ଭୋଟରଙ୍କ ମନ…

ଉପ-ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ଆଜି ଝାରସୁଗୁଡାରେ ହାଇଭୋଲଟେଜ ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ମନାଇବାକୁ ୩ ଦଳ ପ୍ରାର୍ଥୀଙ୍କ ଅଙ୍କ କଷା କଷି। ମଇଦାନରେ ହେଭିୱେଟଙ୍କ ଘମାଘୋଟ୍ ପ୍ରଚାର। ଉପ-ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ। କିଏ ଜିତିବ ଭୋଟରଙ୍କ ମନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା।

ଖବର ଅନୁସାରେ, ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡିରୁ ଲଢ଼ୁଛନ୍ତି ଦୀପାଳି ଦାସ ଯାହା ପାଇଁ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ। ଅନ୍ୟପଟେ, ବିଜେପିରୁ ଟଙ୍କଧର ତ୍ରିପାଠୀ ଉପ-ନିର୍ବାଚନ ଲଢୁଥିବାବେଳେ ତାଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଛି ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.