Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶରେ ବସ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା। ଏକ ଯାତ୍ରୀବାହୀ ବସ ପୋଲରୁ ଖସି ପଡିବାଦ୍ୱାରା ୨୨ ଯାତ୍ରୀଙ୍କ ଜୀବନ ଚାଲିଯାଇଛି। ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖରଗୋନରେ ଏକ ପୋଲ ଉପରୁ ବସ୍‌ଟି ତଳକୁ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ମୃତାହତଙ୍କ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ।

ଖବର ଅନୁସାରେ, ଆଜି ସକାଳେ ବସଟି ମଧ୍ୟପ୍ରଦେଶରେ ବ୍ରିଜ ତଳକୁ ଖସି ପଡିଥିଲା। ବସଟି ପ୍ରାୟ ୩୦ ଫୁଟ ତଳକୁ ଖସିପଡିବାରୁ ତଳେ ଚାପି ହୋଇ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମଳିଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସଟି ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ଜରୁରୀକାଳୀନ ଭିତିରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.