Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ନବୀନ-ମୋଦି ଭେଟଘାଟ, ଚର୍ଚ୍ଚାରେ ଆଗାମୀ ନିର୍ବାଚନ

ଅପରାହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ନେଇ ରହିଛି ସୂଚନା।

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ। ଦିଲ୍ଲୀରେ ପହଞ୍ଚିବା ପରେ ନବୀନ କହିଛନ୍ତି ଓଡ଼ିଶାର ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ। ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। ବିଭିନ୍ନ ଯୋଜନାରେ କେନ୍ଦ୍ର ପାଖରେ ପଡ଼ିଥିବା ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି ରଖିପାରନ୍ତି ନବୀନ।

ସୂଚନା ଅନୁସାରେ, ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରିବେ। ଅପରାହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ନେଇ ରହିଛି ସୂଚନା। ସେହିପରି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଓଡ଼ିଶା ଫେରିବା ନେଇ ସୂଚନା ରହିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ସବୁ ଦାବି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ରଖିବେ ସେନେଇ କୌଣସି ସୂଚନା ମୁଖ୍ୟମନ୍ତ୍ରୀ ଦେଇନାହାଁନ୍ତି।

Leave A Reply

Your email address will not be published.