Odisha Link
Bridging the Missing Links in Odisha

ସୁକମାରେ ଏନକାଉଣ୍ଟର; ଜଣେ ନକ୍ସଲ ନିହତ, ମାଓ ସାମଗ୍ରୀ ଜବତ

ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି, ନକ୍ସଲ ସାମଗ୍ରୀ ଜବତ କରିଛି ସୁକମା ପୁଲିସ।

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ଏନକାଉଣ୍ଟରରେ ସମୟରେ ଯବାନଙ୍କୁ ମିଳିଛି ସଫଳତା। ସୁକମାରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ତିନିରୁ ଚାରି ନକ୍ସଲ ଆହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଉଦ୍ଧାର ହୋଇଛି। ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି, ନକ୍ସଲ ସାମଗ୍ରୀ ଜବତ କରିଛି ସୁକମା ପୁଲିସ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଗୁଳିବିନିମୟ ହୋଇଥିବା ଜଣା ପଡିଥିଲା। କହ୍ନେଇଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ୫ ମାଓବାଦୀ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ମାଓବାଦୀଙ୍କୁ ନେଇଗଲେ ସାଥୀ ମାଓବାଦୀ। ଘଟଣାସ୍ଥଳରୁ ବିପୁଳ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଥିଲା। ଡିଆରଜି ଯବାନଙ୍କ ଅପରେସନ ବେଳେ ମିଳିଥିଲା ଏହି ସଫଳତା।

Leave A Reply

Your email address will not be published.