Odisha Link
Bridging the Missing Links in Odisha

ମେ’ ୧୫ ପରିବର୍ତ୍ତେ ଆସନ୍ତା ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ

ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ନେଇ କୌଣସି ସ୍ପଷ୍ଟ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ।

ଓଏଲ୍‌ ବ୍ୟୁରୋ: ଆସନ୍ତା ମେ’ ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ। ୧୫ ତାରିଖ ପରିବର୍ତ୍ତେ ୧୮ ତାରିଖରେ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ୧୮ ତାରିଖ ଦିନ ୧୨ଟାରେ ପୁରୀରୁ ବନ୍ଦେଭାରତ ଏକ୍ସପ୍ରେସ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ତେବେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ନେଇ କୌଣସି ସ୍ପଷ୍ଟ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ।

ପୂର୍ବରୁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଆସନ୍ତା ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ୍‌। ସେ କହିଥିଲେ ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ୍‌। ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ୍‌ ଆରମ୍ଭ ହୋଇଛି। ରାମାୟଣ ଏକ୍ସପ୍ରେସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ପରେ ଚାଲିବ। ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଖାଦ୍ୟ ଓ ଭାଷା ପ୍ରଚାର ପ୍ରସାର କରିବ।

Leave A Reply

Your email address will not be published.