Odisha Link
Bridging the Missing Links in Odisha

ଶଶିକଳା ସିଣ୍ଡ୍ରୋମରେ ଦେଶ ବଡ଼ ହେବନି କି ରାଜ୍ୟ ବଡ଼ ହେବନି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅପପୃଷ୍ଟି ଯୋଗୁଁ ହେଉନି ମାନସିକ ବିକାଶ।

ଓଏଲ୍‌ ବ୍ୟୁରୋ: ଶଶିକଳା ସିଣ୍ଡ୍ରୋମକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। ଶଶିକଳା ସିଣ୍ଡ୍ରୋମକୁ ନେଇ ନା ଦେଶ ବଡ ହୋଇଛି ନା ରାଜ୍ୟ ବଡ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଲେନିନର ବକ୍ତବ୍ୟ ଦେଖିଥିଲି, ମୁଁ ଅପରାଜିତାଙ୍କଠୁ ଶିଖିବା କଥା। ମୁଁ ତ ସମସ୍ତଙ୍କଠୁ ଶିଖୁଛି, ମୁଁ ତ ଲେନିନଙ୍କଠୁ ଶିଖୁଛି। କପିଳେଶ୍ଵର ମନ୍ଦିରକୁ ସରକାର ଏନଏମଏକୁ ନେଲେ ଆକୁ ମୁଁ ବି ଅନୁରୋଧ କରିଥିଲି, ସେ ସ୍ଥାନୀୟ ସାଂସଦ ମଧ୍ୟ ଅନୁରୋଧ କରିଥିଲେ। ଉଭୟ ଆମେ ଲୋକଙ୍କୁ ଜଣେଇଲୁ ଯେତେବେଳେ ଘୋଷଣା ହେଲା। ମନ୍ଦିର ପ୍ରୋଗ୍ରେସ ଉପରେ ଲେନିନଙ୍କୁ ପଚାରନ୍ତୁ ସେ କହିଦେବ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଭଉଣୀ ଅପରାଜିତା, ମୁଁ ତାଙ୍କୁ ଡାକି ଆଣି ଏଠି ତାଙ୍କୁ ପ୍ରାର୍ଥୀ କରାଇଛି। ଯଦି ଶଶିକଳା ସିଣ୍ଡ୍ରୋମ ଦ୍ଵାରା ରାଜନୀତି କରିବେ, ଏହା ଭୁଲ ହବ। ମୂଳ ବିଷୟ ହେଉଛି ଓଡିଶାର ଅସ୍ମିତା, ସ୍ୱାଭିମାନ, ଓଡିଶାବାସୀଙ୍କ ସ୍ୱପ୍ନ ଓଡିଶାକୁ ବଡ଼ କରିବା, ଦେଶର ଏକ ନମ୍ବର ରାଜ୍ୟ କରିବା। ଏଥିପାଇଁ ସମସ୍ତେ କାମ କରନ୍ତୁ। ଶଶୀକଳା ସିଣ୍ଡ୍ରୋମରେ ଦେଶ ବଡ଼ ହବନି କି ରାଜ୍ୟ ବଡ଼ ହେବନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁଡ୍ ଗଭର୍ଣ୍ଣାନ୍ସ ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଡବଲ ଇଂଜିନ ନବୀନଙ୍କ ଦ୍ୱାରା ହୋଇପାରିବନି। ଏଠି ଫାଳେ ଇଂଜିନ ଅଛି। ଓଡ଼ିଶା ସ୍ୱାସ୍ଥ୍ୟସେବା ସର୍ଭେ ରିପୋର୍ଟ ଦେଖନ୍ତୁ, ଗଭର୍ଣ୍ଣାନ୍ସ ଜଣାପଡ଼ିଯିବ। ଓଡ଼ିଶାରେ ଗଭର୍ଣ୍ଣାନ୍ସ ଡେଫିସିଟି ହୋଇଥିବା କହିଛି, କାମକୁ ଧ୍ୟାନ ଦିଅନ୍ତୁ। ମୋଦିଙ୍କ ଦୃଷ୍ଟି ଓଡ଼ିଶା ଉପରେ ଲାଗିଲେ, ଏଠିକା ପିଲା ଅପପୁଷ୍ଟି ମୁକ୍ତ ହୁଅନ୍ତେ। ହରିୟାଣାରେ ପୁଅ ଓ ଝିଅ ଅନୁପାତରେ ସମାନତା ଅଛି। ରାଜ୍ୟରେ ଶିଶୁ, ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ। ଅପପୃଷ୍ଟି ଯୋଗୁଁ ହେଉନି ମାନସିକ ବିକାଶ। ଓଡ଼ିଶାରେ ଗଭର୍ନାନ୍ସ ଡେଫିସିଟ୍ ଅଛି। ଏଥିପ୍ରତି ସିଏମ ଧ୍ୟାନ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.