Odisha Link
Bridging the Missing Links in Odisha

ବିଜେଡି ନେତା ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ

ଓଏଲ ବ୍ୟୁରୋ: ବଲାଙ୍ଗୀର ରାଜପରିବାର ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଅଡ଼ୁଆରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓଙ୍କ ପରିବାର। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଅଦ୍ରଜିା ସିଂ। ତାଙ୍କ ଅଭିଯୋଗ ମୁତାବକ, ଅର୍କେଶଙ୍କ ସମେତ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ସହ ମାରିପିଟ୍ କରୁଥିଲେ।

ରାଜପରିବାର ନାଁରେ ସଙ୍ଗୀନ ଅଭିଯୋଗ: 

ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଦ୍ରିଜା। ଏନେଇ ସେ ଡେରାଡୁନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏଏସ୍‌ପିଙ୍କୁ ଦେଇଥିବା ସୂଚନା ମିଳିଛି।

ଅଦ୍ରିଜାଙ୍କ ଅଭିଯୋଗ କ’ଣ ?

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଅର୍କେଶ ତାଙ୍କୁ ଯୌତୁକ ପାଇଁ ମାରପିଟ୍‌ କରିବା ସହ ଏକଦା ସୁପାରୀ ଦେଇ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ।। ଏନେଇ ମଧ୍ୟ ଡେରାଡୁନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନ ଥାନା ଅଧିନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଅଦ୍ରିଜା କିଏ ? 

ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ବର୍ତ୍ତମାନ ଅଦ୍ରିଜା ତାଙ୍କ ପରିବାର ସହ ଉତ୍ତରାଖଣ୍ଡରେ ରହୁଛନ୍ତି। ଅଦ୍ରିଜା କରିଥିବା ଅଭିଯୋଗ ନେଇ ଏପର୍ଯ୍ୟନ୍ତ ଅର୍କେଶ ସିଂହ ଦେଓ କିମ୍ବା ତାଙ୍କ ପରିବାର ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.