Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ତାତି, ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଅନ୍ୟପଟେ, ଜଳୁଛି ପଶ୍ଚିମ ଓଡ଼ିଶା। ଟିଟଲାଗଡ଼ ଗତକାଲି ସର୍ବାଧିକ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରିଥିଲା। ଗତକାଲି ଟିଟଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଯାହା ବଢିପାରେ କୁହାଯାଉଛି। ଆହୁରି ମଧ୍ୟ ରାଜ୍ୟରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ତାତିକୁ ନଜରରେ ରଖି ରାଜ୍ୟର କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନେକ ଜିଲ୍ଲାରେ ୪୦ ଡିଗ୍ରୀ ପରେ ରହିଛି ଦିନ ତାପମାତ୍ରା।

Leave A Reply

Your email address will not be published.