Odisha Link
Bridging the Missing Links in Odisha

ଖୁବଶୀଘ୍ର ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ’

ବର୍ତମାନ ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଯାତ୍ରାକୁ ସହଜ କରିବା ପାଇଁ 'ମୋ ବସ' ଗଡିବ।

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ଓଡ଼ିଶାର ଆଉ ୩ଟି ଜିଲ୍ଲାରେ ଗଡିବ ‘ମୋ ବସ’। ଏହି ମୋ ବସ ସେବା ଓଡ଼ିଶାର ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଉପଲବ୍ଧ ହେବ। ପୂର୍ବରୁ ଏହି ଜିଲ୍ଲା ମାନଙ୍କରେ ସିଟି ବସ ସେବା ଉପଲବ୍ଧ ଥିଲା। ବର୍ତମାନ ତାହା ପରିବର୍ତ୍ତେ ‘ମୋ ବସ’ ସେବା ଆରମ୍ଭ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ଏବଂ ଟ୍ୱିନ ସିଟି କଟକ ଓ ଶ୍ରୀକ୍ଷେତ୍ର ପୁରୀରେ ‘ମୋ ବସ’ ସେବା ଯାତାୟାତ ପାଇଁ ଉପଲବ୍ଧ ଥିଲା। ଅନ୍ୟ ଜିଲ୍ଲା ମାନଙ୍କରେ ସିଟି ବସ ସୁବିଧା କରାଯାଇଥିଲା। ବର୍ତମାନ ସମ୍ବଲପୁର, ଝାରସୁଗୁଡା, ଗଂଜାମରେ ଯାତ୍ରାକୁ ସହଜ କରିବା ପାଇଁ ‘ମୋ ବସ’ ଗଡିବ। ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ରେ ଚାଲିବ। ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡିରେ ବି ଚାଲିବ। ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.