Odisha Link
Bridging the Missing Links in Odisha

ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି, ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସ୍ଥାୟୀ ଦୋକାନ ଥିବା ଡିଲରମାନେ ହିଁ ବିକ୍ରି କରିପାରିବେ ସିମ୍ କାର୍ଡ।

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହେବା ପରେ କ୍ରାଇମବ୍ରାଞ୍ଚର କଡ଼ା ପଦକ୍ଷେପ। ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ମିଟିଂ ପରେ ଜାରି ହେଲା ନିୟମ। ଜାରି ହୋଇଥିବା ନିୟମ ଅନୁସାରେ, ସ୍ଥାୟୀ ଦୋକାନ ଥିବା ଡିଲରମାନେ ହିଁ ବିକ୍ରି କରିପାରିବେ ସିମ୍ କାର୍ଡ।

ଫେକ୍ ସିମ୍ ସଂପର୍କୀତ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରିବେ ଟିଏସପି। ଅଭିଯୋଗ ଗ୍ରହଣ ଓ ଡିଆକ୍ଟିଭେଟ୍ ବ୍ୟବସ୍ଥା କରିବେ ସର୍ଭିସ ପ୍ରୋଭାଇଡର୍। ସିମ୍ ଆକ୍ଟିଭେସନ ନିୟମ ଉଲ୍ଲଂଘନକାରୀ ପିଓଏସ୍ ବ୍ଲାକଲିଷ୍ଟେଡ ହେବେ। ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମ୍ ପ୍ରତି ନଜର ରଖିବେ ଟିଏସପି। ଫେକ୍ ସିମ୍ ମିଳିଲେ ଟିଏସପି ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନ ଜାରି କରାଯାଇଛି।

Leave A Reply

Your email address will not be published.