Odisha Link
Bridging the Missing Links in Odisha

ନିକୋବର ଦ୍ବୀପ ଛୁଇଁଲା ମୌସୁମୀ

ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ।

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ଏହି ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକୋବର ଦ୍ବୀପ ଛୁଇଁଲା ମୌସୁମୀ। ନିକୋବର ଦ୍ୱୀପ, ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁଲା ମୌସୁମୀ ବାୟୁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗ ଅନୁକୂଳ ରହିବ ବୋଲି ସୂଚନା ରହିଛି।

ଅନ୍ୟପଟେ, ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଚଳିତବର୍ଷ କେରଳକୁ ମୌସୁମୀ ଡେରିରେ ଆସିବ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତ ବର୍ଷ ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ। ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ।

ରାଜ୍ୟରେ କେବେ ମୌସୁମୀ ପ୍ରବାହ ଆରମ୍ଭ ହେବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।

Leave A Reply

Your email address will not be published.