Odisha Link
Bridging the Missing Links in Odisha

ସିସୋଦିଆଙ୍କୁ ମିଳିବ କି ଆଶ୍ବସ୍ତି! ମେ ୨୭ରେ ଆସିବ ରାୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ବିରୋଧରେ ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଉପରେ ଆଦେଶ ସଂରକ୍ଷିତ ହୋଇଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ଚର୍ଚ୍ଚା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଏକ୍ସାଇଜ୍ ପଲିସି ମାମଲାରେ କୋର୍ଟ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ବିରୋଧରେ ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଉପରେ ଆଦେଶ ସଂରକ୍ଷିତ ହୋଇଥିବା ଜଣା ପଡିଛି। ଏନେଇ ମେ ୨୭ରେ ଆସିବ ରାୟ।

ସୂଚନା ଅନୁସାରେ, ସିବିଆଇ ପ୍ରସ୍ତୁତ କରିଥିବା ଚାର୍ଜସିଟରେ ସିସୋଦିଆଙ୍କ ନାମ ସାମିଲ କରାଯାଇଥିଲା। ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ରହିଛି କି ଦିଲ୍ଲୀ ସରକାର ଏଭଳି କରି ମଦ ଡିଲରମାନଙ୍କୁ ଲାଭ ପହଂଚାଇଛନ୍ତି। ଏହାସହ ଏଥିରୁ ମିଳିଥିବା କମିଶନ ଟଙ୍କାକୁ ଆମ୍ ଆଦମୀ ପାର୍ଟି ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଥିବା କଥା ଅଭିଯୋଗ ରହିଛି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଥିଲେ କୋର୍ଟ। ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧିକୁ ଆଉ ୨ ସପ୍ତାହ ବଢ଼ାଇଥିଲା।

Leave A Reply

Your email address will not be published.