Odisha Link
Bridging the Missing Links in Odisha

ପୁଅକୁ ହରାଇ କାନ୍ଦୁଛି ମାଆ, ଅଳ୍ପ ସମୟରେ ସରିଗଲା ମାଟ୍ରିକ ରେଜଲ୍ଟର ଖୁସି

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଶ୍ରୀରାମପୁର ଗାଁରେ।

ଓଏଲ୍‌ ବ୍ୟୁରୋ: କାଲି ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟ ଠାରୁ ଘର ଯାଏଁ ବେଶ ଖୁସିର ମାହୋଲ ଥିଲା। ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ପୋଖରୀରେ ବୁଡ଼ି ଚାଲିଗଲା ଜଣେ ମେଧାବୀ ଛାତ୍ରର ଜୀବନ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତର ଶ୍ରୀରାମପୁର ଗାଁରେ। ମୃତ ଛାତ୍ରଙ୍କ ନାଁ ଚନ୍ଦନ ମହାପାତ୍ର। ତାଙ୍କ ବାପାଙ୍କ ନାଁ ରମେଶ ମହାପାତ୍ର।

ଖବର ଅନୁସାରେ, ଚନ୍ଦନ ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ। ଗତକାଲି ରେଜଲ୍ଟ ବାହାରିଥିଲା। ସେ ୮୬.୫% ନମ୍ବର ରଖିଥିଲେ। ସେଥିପାଇଁ ସେ ଖୁସି ଥିଲେ। ତା’ ସହିତ ତାଙ୍କର ପୂରା ପରିବାର ଲୋକେ ଖୁସି ଥିଲେ। ଚନ୍ଦନ ଆଜି ଘର ପାଖ ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଚନ୍ଦନଙ୍କ ମୃତ୍ୟୁ ପରେ ଶ୍ରୀରାମପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.