Odisha Link
Bridging the Missing Links in Odisha

ମହାନଦୀ ପାଇଁ ଯାହା ଦରକାର ସରକାର କରୁଛନ୍ତି: ଦେବୀ ମିଶ୍ର

ଆଜି ଟ୍ରିବୁନାଲ ଟିମ୍ ଓଡ଼ିଶା ଆସୁଛନ୍ତି।

ଓଏଲ୍‌ ବ୍ୟୁରୋ: ଲାଗି ରହିଛି ମହାନଦୀ ଜଳ ବିବାଦ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମହାନଦୀ ଜଳବିବାଦକୁ ନେଇ କଂଗ୍ରେସ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଏନେଇ ନିଜର ମନ୍ତବ୍ୟ ରଖିଛନ୍ତି ଦେବୀ ମିଶ୍ର। ସେ କହିଛନ୍ତି, ବର୍ତ୍ତମାନ ୩୪ଟି ଟ୍ରିବୁନାଲ ଶୁଣାଣି ସରିଛି। ଦାବି ଉଲ୍ଲେଖ କରି ୨୦ଜଣ ଟିମ ଛତିଶଗଡ଼ ଯାଇଥିଲେ। ଆଜି ଟ୍ରିବୁନାଲ ଟିମ୍ ଓଡ଼ିଶା ଆସୁଛନ୍ତି। ମହାନଦୀ ପାଇଁ ଯାହା ଦରକାର ସରକାର କରୁଛନ୍ତି। କଂଗ୍ରେସ ବିତଣ୍ଡା ଯୁକ୍ତି କରୁଛି ବୋଲି କହିଲେ ଦେବୀ ମିଶ୍ର।

ବୁଲେଟ ଟ୍ରେନ ଏବଂ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ବିଜେଡିରେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ଆମର ସବୁ କଥାରେ କ୍ଲାରିଟି ଅଛି। ପୁରୀରେ ବିମାନବନ୍ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ଏ ବାବଦରେ ସେ ମୋଦୀଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲେ। ତେବେ ଏକଥା ପୁଣି ମନେପକାଇବାରେ ଅସୁବିଧା କେଉଁଠି ରହିଲା। ବିଜେଡି ଓଡିଶାର ସ୍ୱାର୍ଥରକ୍ଷା ପାଇଁ ଏବଂ ଦାବି ହାସଲ ପାଇଁ ସବୁ ଜିନିଷ କରିବାକୁ ପ୍ରସ୍ତୁତ ଅଛି। ସଂଘୀୟ ବ୍ୟବସ୍ଥାରେ ଆମର ଯାହା ଦାବି ରହିଛି ଆମେ ତାକୁ ଉପସ୍ଥାପନା କରୁଛୁ।

Leave A Reply

Your email address will not be published.