Odisha Link
Bridging the Missing Links in Odisha

ଦିନରେ ଅସହ୍ୟ ତାତି, ରାଜ୍ୟର କିଛି ସ୍ଥାନରେ ଝଡ଼ବର୍ଷା ହେବାର ଆଶଙ୍କା

ବର୍ଷା ହେଲେ ତାପମାତ୍ରା କମିପାରେ ବୋଲି ଆଶଙ୍କା କରାଯାଉଅଛି।

ଓଏଲ୍‌ ବ୍ୟୁରୋ: ଅସହ୍ୟ ଖରାରେ ଆଉଟୁପାଉଟୁ ହେଉଛନ୍ତି ଉପକୂଳରୁ ପଶ୍ଚିମ ଓଡ଼ିଶାବାସୀ। କିଛି ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ପାର ହୋଇଥିବାବେଳେ ଆହୁରି ତାପମାତ୍ରା ବଢିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ଆଜି ବି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେଲେ ତାପମାତ୍ରା କମିପାରେ ବୋଲି ଆଶଙ୍କା କରାଯାଉଅଛି।

ଅନ୍ୟପଟେ, ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଗତକାଲି ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.