Odisha Link
Bridging the Missing Links in Odisha

ରାଜ୍ୟର ୨ ରେଳ ପ୍ରକଳ୍ପକୁ ମିଳିଲା ଅନୁମୋଦନ

ବରଗଡ-ନୂଆପଡା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ତାଳଚେର-ଅନୁଗୁଳ ୱାଇ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ୨ ରେଳ ପ୍ରକଳ୍ପ ପାଇଁ ମିଳିଲା ଅନୁମୋଦନ। ବରଗଡ-ନୂଆପଡା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବାବେଳେ ତାଳଚେର-ଅନୁଗୁଳ ୱାଇ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ତେବେ ଏନେଇ ଜାରି ହେଲା ରେଳ ବିଭାଗ ପକ୍ଷରୁ ଗେଜେଟ ନୋଟିଫିକେସନ।

ଓଡ଼ିଶାର ଦୁଇଟି ନୂଆ ରେଳ ଲାଇନ୍‌କୁ ସ୍ବତନ୍ତ୍ର ପ୍ରକଳ୍ପ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡ୍‌ଗଜ୍‌ ଲାଇନ ହେବ। ୧୬.୫ କିମି ନୂଆ ଲାଇନରେ ତାଳଚେରଠାରେ କନେକ୍ସନ କରାଯିବ। ବରଗଡ଼-ନୂଆପଡ଼ା ରୋଡ୍ ୧୪୨ କିମିକୁ ବି ସ୍ବତନ୍ତ୍ର ପ୍ରକଳ୍ପ ମାନ୍ୟତା ପ୍ରଦାନ। ୨ ନୂଆ ପ୍ରକଳ୍ପ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.