Odisha Link
Bridging the Missing Links in Odisha

୩ଜଣ ମନ୍ତ୍ରୀ କାଲି ସକାଳେ ନେବେ ଶପଥ, ଏହି ବିଧାୟକଙ୍କ ପାଖକୁ ଗଲା ଫୋନ୍

ଭୁବନେଶ୍ବର: ଆସନ୍ତକାଲି ସକାଳେ ଶପଥ ନେବେ ୩ ନୂଆ ମନ୍ତ୍ରୀ। ନିକଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବ୍ରିକମ କେଶରୀ ଆରୁଖ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡ ଓ ରାଉରକେଲା ବିଧାୟକ ସାରଦା ନାୟକ କାଲି ଶପଥ ନେବେ ବୋଲି ସୂଚନା ରହିଛି।

ଏହି ୩ ଜଣ ବିଧାୟକଙ୍କୁ ପାଖକୁ ଫୋନ ଯାଇଥିବା ନବୀନ ନିବାସ ପକ୍ଷରୁ ସୂଚନା ଦିଆଯାଇଛି।ତେବେ କିଏ କେଉଁ ବିଭାଗ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲି ସକାଳେ ଲୋକସେବା ଭବନର କନଭେନସନ ହଲରେ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ।

ସୂଚନାଥାଉକି, ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମ ବିଭାଗ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ସେହିପରି ନବ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ଯ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିପରି ଶ୍ରମ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

Leave A Reply

Your email address will not be published.