Odisha Link
Bridging the Missing Links in Odisha

ସୋମବାର ସକାଳେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ସକାଳେ ଶପଥ ନେବେ ନୂଆ ମନ୍ତ୍ରୀ। ସକାଳ ୯ଟା ୫୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀମାନେ ନେବେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।

ତେବେ ନବୀନଙ୍କ ନୂଆ ଟିମ୍‌ରେ କିଏ ନୂଆ ମୁହଁ ସ୍ଥାନ ପାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନବକିଶୋର ଦାସଙ୍କ ପରଲୋକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ପଦ ଖାଲି ରହିଛି। ସେହିପରି ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ବିଭାଗର ମନ୍ତ୍ରୀ ପଦ ଖାଲି ଥିବାବେଳେ ୩ଜଣ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.