Odisha Link
Bridging the Missing Links in Odisha

୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

ଓଏଲ୍‌ ବ୍ୟୁରୋ: ୬୦ ବର୍ଷ ବୟସରେ ବିବାହ କଲେ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ। ସେ ଆସାମର ରୂପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତିି। ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ଓଡ଼ିଆ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି।

ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ। ତାଙ୍କର ଆର୍ଥ ବିଦ୍ୟାର୍ଥୀ ନାମକ ଜଣେ ପୁଅ ମଧ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଆଶିଷ ଏବେ ୩୩ ବର୍ଷୀୟ ରୂପାଲିଙ୍କୁ ପୁଣି ବିବାହ କରିଛନ୍ତି। ଗୌହାଟୀର ମୂଳବାସିନ୍ଦା ରୂପାଲି ଫ୍ୟାଶନ ଉଦ୍ୟୋଗ ସହ ଜଡ଼ିତ। ଆଜି ଆଶିଷ ଓ ରୂପାଲି ପରିବାର ଏବଂ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି।

ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ କହିଛନ୍ତି, ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ମୋତେ ବେଶ ଆନନ୍ଦ ଦେଉଛି। ଆଜି ସକାଳେ ଆମେ କୋର୍ଟ ମ୍ୟାରେଜ କରିଛୁ। ସନ୍ଧ୍ୟାରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲିଛି।