Odisha Link
Bridging the Missing Links in Odisha

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର, ମିଳିବ ମାଗଣା ୱାଇଫାଇ

ତେବେ ଏହି ସେବା ଉପଲବ୍ଧ ହେବା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି।

ଓଏଲ୍‌ ବ୍ୟୁରୋ: କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ। ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା। ବିଶ୍ବବିଦ୍ୟାଳୟ ବି ମାଗଣା ୱାଇଫାଇ ବ୍ୟବହାର କରିପାରିବେ ଛାତ୍ରଛାତ୍ରୀ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି।

ଖବର ଅନୁସାରେ, କଲେଜ କ୍ୟାମ୍ପସରେ ମାଗଣା ମିଳିବ ୱାଇଫାଇ ସେବା। ଦିନକୁ ଏକ ଜିବି ଡାଟା ସୁବିଧା ପାଇବେ କଲେଜ ପଢୁଆ ଛାତ୍ରଛାତ୍ରୀ। ଚଳିତ ଶିକ୍ଷା ବର୍ଷରୁ ମିଳିବ ୱାଇଫାଇ ସେବା। ଡାଟା ଯୋଗାଇବାକୁ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ସେବା ଉପଲବ୍ଧ ହେବା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି।

Leave A Reply

Your email address will not be published.