Odisha Link
Bridging the Missing Links in Odisha

ନୟାଗଡ଼ରେ ବେଆଇନ୍ ଖଣି କାରବାର ମାମଲା: ନିଲମ୍ବିତ ହେଲେ ୬ ଅଧିକାରୀ

ମାମଲାରେ ସମ୍ପୃକ୍ତ ୬ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ।

ଓଏଲ୍‌ ବ୍ୟୁରୋ: ନୟାଗଡ଼ ରଣପୁର ମୟୂରଝାଲିଆରେ ହେଉଥିବା ବେଆଇନ୍ ଖଣି କାରବାର ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଅଭିଯୋଗ ହୋଇଥିଲା। ତେବେ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାରେ ସମ୍ପୃକ୍ତ ୬ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ବେଆଇନ୍ ଖଣି କାରବାର ଘଟଣାରେ ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୨ ଜଣ କାର୍ଯ୍ୟରତ ଆର୍‌ଆଇ ଥିବାବେଳେ ୨ ସେକ୍ସନ ଅଫିସର, ଜଣେ ସୁପରଭାଇଜର ଓ ଜଣେ କନିଷ୍ଠ ରାଜସ୍ୱ ସହାୟକ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରଣପୁର ତହସିଲ ମୟୂରଝାଲିଆ ଗ୍ରାମରେ ହେଉଥିବା ବେଆଇନ ଖଣି କାରବାର ମାମଲାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ କଡା କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ମାମଲାରେ ସମ୍ପୃକ୍ତ ୬ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ।

Leave A Reply

Your email address will not be published.