Odisha Link
Bridging the Missing Links in Odisha

ରାସ୍ତା କଡ଼ରୁ ହଟିବ ଅଚଳ ଗାଡ଼ି, ନିର୍ଦ୍ଦେଶ ଦେଲା ଭୁବନେଶ୍ବର ମହାନଗର ନିଗମ

ସେମାନଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ।

ଓଏଲ୍‌ ବ୍ୟୁରୋ: ରାସ୍ତା କଡ଼ରେ ଥିବା ଅଚଳ ଓ ଅବ୍ୟବହୃତ ଗାଡିକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏଣିକି ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ହଟାଇଦେବ ବିଏମସି। କେବଳ ଅଚଳ ଗାଡି ନୁହେଁ ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତା ନିକଟରେ ରଖି ହେବ ନାହିଁ। ତେବେ ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସାଧାରଣତଃ ଅନେକ ଲୋକ ନିଜର ଅଚଳ ଗାଡ଼ି ରାସ୍ତା କଡ଼ରେ ରଖିଥାନ୍ତି। ଯାହା ଅନେକ ଦିନ ପଡି ରହିଥିବା ଦେଖିବାକୁ ମିଳିଥାଏ। ତେବେ ଏଭଳି ରାସ୍ତା କଡ଼ରେ ପଡିରହିଥିବା ଅଚଳ ଓ ଅବ୍ୟବହୃତ ଗାଡିକୁ ଟେିକିନେବ ବିଏମସି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଏଭଳି ଗାଡି ରଖୁଥିବା ମାଲିକଙ୍କୁ ତାଗିଦ୍ କରାଯିବ। ସେମାନଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ। ଏହି ସମୟ ଭିତରେ ଗାଡି ନହଟାଇଲେ ବିଏମସି ଆସି ଗାଡି ଉଠାଇନେବ।

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାସ୍ତାରେ ଥିବା ଅଚଳ ଗାଡିକୁ ଉଠାଇବା ପାଇଁ ସେହି ଗାଡିରେ ନୋଟିସ୍ ଲଗାଇଛନ୍ତି। ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ପରିମଳ ସ୍ଥିତି ଖରାପ ହେଉଛି। ଭୁବନେଶ୍ୱର ଭୋଇନଗରରୁ ଏହି ଅଭିଯାନ ଆରମ୍ଭ କରିଛି ବିଏମସି। ଖୁବଶୀଘ୍ର ପୁରା ସହରର ରାସ୍ତା କଡ଼ରେ ଥିବା ଅଚଳ ଓ ଅବ୍ୟବହୃତ ଗାଡିକୁ ହଟାଇଦେବ ଭୁବନେଶ୍ବର ମହାନଗର ନିଗମ।

Leave A Reply

Your email address will not be published.