ମେ ୨୮ରେ ଘୋଷଣା ହେବ +୨ ପରୀକ୍ଷା ଫଳ ପ୍ରକାଶ ତାରିଖ, ଜାଣନ୍ତୁ କେବେ ଆସିପାରେ ରେଜଲ୍ଟ
ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିବାବେଳେ ଆସନ୍ତା ୨୮ରେ ସ୍ପଷ୍ଟ ସୂଚନା ମିଳିବ।

ଓଏଲ୍ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୨୮ରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ତାରିଖ। ତେବେ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଥିବାବେଳେ ଆସନ୍ତା ୨୮ରେ ସ୍ପଷ୍ଟ ସୂଚନା ମିଳିବ।
ସୂଚନା ମୁତାବକ, ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏହାପରେ ଜୁନ୍ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଖାତା ଦେଖାଠାରୁ ଆରମ୍ଭ କରି ଟାବୁଲେସନ୍ ସବୁ ପ୍ରକ୍ରିୟା ଶେଷ ହୋଇଛି।