Odisha Link
Bridging the Missing Links in Odisha

୧୦ ହଜାର କୋଟି ଟଙ୍କାର ଚାଉଳ ବାଣ୍ଟିଲେ ସରକାର

ଓଏଲ୍‌ ବ୍ୟୁରୋ: ଦିନ ଥିଲା ଭୋକିଲା ରାଜ୍ୟ କହିଲେ ଓଡ଼ିଶାକୁ ବୁଝାଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିବା ପରେ ଓଡ଼ିଶାର ସଂଜ୍ଞା ବଦଳିବାରେ ଲାଗିଲା। ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ଯେପରି କେହି ବି ଅନାହାରରେ ନମରନ୍ତି ତାକୁ ନଜରରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ଟଙ୍କିକିଆ ଚାଉଳ ଯୋଜନା। ଯାହାରି ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଏହି ଯୋଜନାରୁ ଉପକୃତ ହେଲେ। ତେବେ ଏସବୁ ମଧ୍ୟରେ ଆରଟିଆଇ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟଙ୍କିକିଆ ଚାଉଳ ପିଛା ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।

ଆଇଟିଆଇ ତଥ୍ୟ ଅନୁଯାୟୀ ଟଙ୍କିକିଆ ଚାଉଳ ପାଇଁ ୮ ବର୍ଷରେ ରାଜ୍ୟ ବଜେଟରୁ ମାତ୍ର ପ୍ରାୟ ୧୦ ହଜାର କୋଟି ଖର୍ଚ୍ଚ ହୋଇଥିଲା।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ଟଙ୍କା ଖର୍ଚ୍ଚ ହୋଇଛି। ସବୁଠୁ ଅଧିକା କୋଭିଡ ସମୟରେ ଅର୍ଥାତ୍‌ ୨୦୨୦ ଏପ୍ରିଲରୁ ମାର୍ଚ୍ଚ ୨୦୨୧ପର୍ଯ୍ୟନ୍ତ ସର୍ବାଧିକ ୨୦୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୨୨ ଏପ୍ରିଲରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସରକାର ୧୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ନିମ୍ନରେ ୮ବର୍ଷର ତଥ୍ୟ ଦିଆଯାଇଛି।

ଚାଉଳ କଳି :
ଦୁଇ ଟଙ୍କିଆ ଚାଉଳ ସ୍କିମ୍ ଲାଗୁ କରି ୨୦୦୯ ନିର୍ବାଚନରେ ବେଶ୍ ସଫଳତା ପାଇଥିଲା ବିଜେଡି। ଏହାପରେ ଟଙ୍କିକିଆ ଚାଉଳ ଦେଇ ୨୦୧୪ ନିର୍ବାଚନରେ ସଫଳତା ଦୋହରାଇଥିଲା ବିଜେଡି। ତାପରଠୁ ରାଜ୍ୟ ରାଜନୀତିରେ ଚାଉଳ ପ୍ରସଙ୍ଗ ଏକ ନୂଆ ସ୍ଥାନ ନେଇଛି। ପ୍ରକୃତରେ ଚାଉଳ କିଲୋ ପିଛା ୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, କେନ୍ଦ୍ର ସରକାର ସେଥିରୁ ପ୍ରାୟ ୨୭ ଟଙ୍କା ଦେଉଥିଲେ। ବଳକା ୩ ଟଙ୍କାରୁ ରାଜ୍ୟ ସରକାର ୨ ଟଙ୍କା ଓ ହିତାଧିକାରୀ ଟଙ୍କାଏ ବହନ କରୁଥିଲେ। ଯାହାକୁ ନେଇ ମଧ୍ୟ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.