Odisha Link
Bridging the Missing Links in Odisha

WTC ଫାଇନାଲ: ମହାମୁକାବିଲା ପୂର୍ବରୁ ଅଭ୍ୟାସ କଲେନି ରୋହିତ

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଏହି ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତ କରିଥିଲା। କଙ୍ଗାରୁବାହିନୀକୁ ମାତ୍‌ ଦେଇ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରହିଛି ରୋହିତବାହିନୀ।

ମହାମୁକାବିଲା ପୂର୍ବରୁ ରୋହିତ ଆହତ !

ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ରୋହିତଙ୍କ ବୁଢ଼ା ଆଙ୍ଗୁଠିରେ ବଲ ବାଜିଛି। କିଛି ସମୟର ବିଶ୍ରାମ ପରେ ରୋହିତ ପୁଣି ଅଭ୍ୟାସ ସେସନ୍ସଙ୍କୁ ଫେରିଥିଲେ। କିନ୍ତୁ ସେ ଆଉ ବ୍ୟାଟିଂ କରି ନାହାନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ରୋହିତଙ୍କ ଆହତକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଆଜି ଅପସନାଲ ଅଭାସ ସେସନରେ ରୋହିତ ବ୍ୟାଟିଂ କରିବାକୁ ଆସିଥିଲେ। ସେ ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ହଠାତ୍‌ ଗୋଟିଏ ବଲ ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ବଲ ମାଡ଼ ହୋଇଥିଲା। ସେ ତୁରନ୍ତ ଅଭ୍ୟାସ ବନ୍ଦ କରିବା ସହ ଆହତ ଆଙ୍ଗୁଠିରେ ଟେପିଂ କରିଥିଲେ।

ଅଧିନାୟକ ଭାବେ ଆଇସିସି ଟ୍ରଫି ଜିତିବାକୁ ଚାହେଁ

ମ୍ୟାଚ୍‌ ପୁର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି, ମୋତେ ଭାରତୀୟ କ୍ରିକେଟ ଦଳକୁ ଆଗେଇ ନେବା ଏବଂ ଅଧିକରୁ ଅଧିକ ମ୍ୟାଚ ଜିତି ଚାମ୍ପିଅନ କରାଇବାର ଦାୟିତ୍ବ ମିଳିଛି । ଅଧିନାୟକ ଭାବେ ଗୋଟେ କିମ୍ବା ଦୁଇଟି ଆଇସିସି ଟ୍ରଫି ଭାରତକୁ ଦେବାକୁ ଚାହେଁ ବୋଲି ରୋହିତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚୂଡ଼ାନ୍ତ ଏକାଦଶରେ କେତେଜଣ ସ୍ପିନର ଖେଳିବେ ତାହା ଜୁନ ୭ରେ ଜଣାପଡ଼ିବ। ତେଣୁ ଦଳର ସମସ୍ତ ୧୫ ଖେଳାଳି ପ୍ରସ୍ତୁତ ରହିବା ଉଚିତ।

ପ୍ରଥମଥର କୌଣସି ଆଇସିସିି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୋହିତ ଶର୍ମା ଦଳର ନେତୃତ୍ବ ନେଉଛନ୍ତି। ସେ କହିଛନ୍ତି ଏହି ମ୍ୟାଚକୁ ନେଇ ଆମେ ଅଧିକ ଚିନ୍ତା କରୁନୁ ଅଧିକ ଚିନ୍ତା କରି ନିଜ ଉପରେ ଚାପ ପକାଇବାକୁ ଚାହୁଁନୁ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, କେଏସ ଭରତ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟଦେବ ଉନାଦକତ, ଉମେଶ ଯାଦବ, ଇଶାନ କିଷନ

ଷ୍ଟାଣ୍ଡବାଇ ଖେଳାଳି: ସୂର୍ଯ୍ୟକୁମାର ଯାଦବ, ମୁକେଶ କୁମାର, ୟଶସ୍ବୀ ଜୟସଓ୍ବାଲ

Leave A Reply

Your email address will not be published.