Odisha Link
Bridging the Missing Links in Odisha

ଅଖ୍ୟାତ ପଲ୍ଲୀରୁ ଭୁବନେଶ୍ଵର ଯାଇ ସମ୍ମାନିତ ହେଲା ଅନନ୍ୟା ଫାଉଣ୍ଡେସନ୍

ପରିବେଶ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରିଥିଲେ।

ଓଏଲ୍‌ ବ୍ୟୁରୋ: ଅନନ୍ୟା ଫାଉଣ୍ଡେସନ ଭୁବନେଶ୍ୱରର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ମାନିତ ହୋଇଛି। ବିଗତ ଦିନ ଗୁଡ଼ିକରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବୃକ୍ଷ ରୋପଣ, ପକ୍ଷୀ ମାନଙ୍କୁ ଜଳପାନ, ପ୍ଲାଷ୍ଟିକ ଫ୍ରି ନୟାଗଡ଼ ଅଭିଯାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଏହି ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିବା ବେଳେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନନ୍ୟା ଫାଉଣ୍ଡେସନକୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ, ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ କେ. ମୁରୁଗେଶନ୍ ଉପସ୍ଥିତ ଥିଲେ। ଏହି ପୁରସ୍କାର ବାବଦକୁ କୋଡ଼ିଏ ହଜାର ଅର୍ଥ ରାଶି ସହ ଏକ ମାନପତ୍ର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବା ପରେ ଅନନ୍ୟା ଫାଉଣ୍ଡେସନର ସମସ୍ତ ସଦସ୍ୟ ଖୁସି ଥିବା ବେଳେ ଏହା ଆଗକୁ ଯିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି। ନୟାଗଡ଼ ବ୍ଳକ ଟାଙ୍ଗିପାଟଣା ଗ୍ରାମର କିଛି ଯୁବକଙ୍କ ଉଦ୍ୟମରେ ଗଢି ଉଠିଥିବା ଏହି ସଂଗଠନ ଆଜି ରାଜ୍ୟ ସ୍ତରରେ ପହଞ୍ଚିଥିବା ଯୋଗୁଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ଖୁସିବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.