Odisha Link
Bridging the Missing Links in Odisha

ଟଙ୍କା ଲୋଭରେ ଜୀବିତ ସ୍ୱାମୀକୁ ମୃତ କହିଲେ ପତ୍ନୀ, ଥାନାରେ ସ୍ତ୍ରୀ ବିରୋଧରେ ସ୍ୱାମୀଙ୍କ ଏତଲା

ହାପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାରେ ସାରା ବିଶ୍ୱବାସୀ ମର୍ମାହତ ଥିବାବେଳେ ଗୋଟେ ପରେ ଗୋଟେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି। ଦୁର୍ଘଟଣା ପରେ ଗତ ଦୁଇ ଦିନ ହେବ ଏକ ଖବର ଚାରିଆଡ଼େ ଜୋରଦାର ଭାଇରାଲ ହେଉଥିଲା। ତାହା ହେଲା, ଜଣେ ମହିଳା ପୁଲିସ ପାଖରେ ପହଞ୍ଚି, ଅଜଣା ମୃତଦେହକୁ ନିଜ ସ୍ୱାମୀ ବୋଲି କହି ସରକାରଙ୍କ ଅନୁକମ୍ପା ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ। ମହିଳା ଜଣକ କହିଥିଲେ, ‘ମୋ ସ୍ୱାମୀ ଟ୍ରେନ୍‌ ଦୁର୍ଘଟଣାରେ ମରିଯାଇଛନ୍ତି। ମୋତେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଉ।’

ଉକ୍ତ ମହିଳାଙ୍କ କଥା ଶୁଣି ପୁଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ ମହିଳା ଜଣକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉ ହେଉ ସେଠାରୁ ଗାୟବ ହୋଇଯାଇଥିଲେ। ମହିଳା ଜଣକ ହେଉଛନ୍ତି ଗୀତାଞ୍ଜଳି ଦତ୍ତ। ଟ୍ରେନ ଦୁର୍ଘଟଣା ପରେ ସରକାର ସହାୟତା ରାଶି ଘୋଷଣା କରିଥିଲେ। ଆଉ ଏହାକୁ ପାଇବା ପାଇଁ ଗୀତାଞ୍ଜଳି ବାଲେଶ୍ୱର ଯାଇ ସ୍ୱାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଶାସନକୁ ଦର୍ଶାଇ ସହାୟତା ରାଶି ଦାବି କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ହେଲେ କାଗଜପତ୍ର ଦେଖାଇ ନପାରିବାରୁ ପ୍ରଶାସନର ସଂଦେହ ହୋଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାଟି ସେଇଠି ଶେଷ ହୋଇନଥିଲା, ବରଂ ଗୀତାଞ୍ଜଳିଙ୍କ ସ୍ୱାମୀ ବଞ୍ଚିଛନ୍ତି ଆଉ ଟଙ୍କା ଲୋଭରେ ପତ୍ନୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ। ଏଭଳି ଆଶ୍ଚର୍ଯ୍ୟଘଟଣା ଘଟାଇଥିବା ପତ୍ନୀଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ସହ କହିଛନ୍ତି, ଗତ ୧୩ ବର୍ଷ ହେଲା ସ୍ତ୍ରୀ ତାଙ୍କଠାରୁ ଅଲଗା ରହିବା ସହ ବିଭିନ୍ନ ସମୟରେ ମିଛ ମାମଲା କରି ଅସୁବିଧାରେ ପକାଉଥିଲେ। ଏହି ଘଟଣାର ତଦନ୍ତ କରି ଦୋଷୀ ପତ୍ନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାଣିଆବନ୍ଧ ଥାନାରେ ସ୍ୱାମୀ ବିଜୟ ଦତ୍ତ ନିଜେ ଏତଲାରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.