Odisha Link
Bridging the Missing Links in Odisha

ଓଡ଼ିଶାରୁ ପାକିସ୍ତାନ ଲିଙ୍କ ମାମଲା: ଆଉ ଜଣେ ଓଡ଼ିଆ ଗିରଫ

ଏସବୁ ସିମ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା।

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣା ପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ। ୫୦୦ରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ବିକିଥିଲେ ପ୍ରଦ୍ୟୁମ୍ନ। ୧୫୦ରୁ ଅଧିକ ପ୍ରି ଆକ୍ଟିଭେଟେଡ୍‌ ପେଟିଏମ ୱାଲେଟ ମଧ୍ୟ ବିକିଥିଲେ। ଏସବୁ ସିମ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା।

ଖବର ଅନୁସାରେ, ଓଡ଼ିଶାରୁ ପାକିସ୍ତାନ ଲିଙ୍କ ମାମଲାରେ ୩ ଓଡ଼ିଆ ଗିରଫ ହେବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଥିଲା। ଅଭିଯୁକ୍ତଙ୍କ ନାଁରେ ୫୦ରୁ ଅଧିକ ଆକାଉଣ୍ଟ ରହିଥିବା ସୂଚନା ମିଳିବା ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଥିଲା ତଦନ୍ତକାରି ସଂସ୍ଥା। ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ଏସଟିଏଫ।

Leave A Reply

Your email address will not be published.