Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୩ ଦଫା ଦାବିରେ ଗଣବିକ୍ଷୋଭ

ବୁଧବାର ଅପରାହ୍ନରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ।

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ମନରୁ ଲିଭିନଥିଲା ବେଳେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ ଘଟିଥିଲା। ମାଲଗାଡ଼ି ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ୬ ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ।

ମାଲବାହୀ ଟ୍ରେନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରେଳ ବିଭାଗକୁ ଦାୟୀ କରିବା ସହ ୩ ଦଫା ଦାବିରେ ଗଣବିକ୍ଷୋଭ। କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଯାଜପୁର ରେଳଷ୍ଟେସନ ସମ୍ମୁଖରେ ୩ ଦଫା ଦାବିରେ ଧାରଣା ଦେଇଛନ୍ତି।

Leave A Reply

Your email address will not be published.