Odisha Link
Bridging the Missing Links in Odisha

ମହାବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ୧୫ରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା

ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଓଏଲ୍‌ ବ୍ୟୁରୋ: ଅତି ଭୀଷଣ ରୂପ ନେଲା ‘ବିପର୍ଯ୍ୟୟ’। ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଘନିଭୂତ ହେବା ସହିତ ମହାବାତ୍ୟାର ରୂପ ନେଇଛି। ଏହା ସହିତ ଗୁଜରାଟ ଉପକୂଳରେ ମାଡ଼ ହେବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ଗୋଆ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି। ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ବାତ୍ୟା ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ପଟେଲଙ୍କ ସହିତ ସବିଶେଷ ଆଲୋଚନା କରିଛନ୍ତି। ରାଜ୍ୟକୁ କେନ୍ଦ୍ର ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ନେଇ ଆଶଙ୍କା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ମଙ୍ଗଳବାର ଦିନ ସାଢେ ଦୁଇଟା ସୁଦ୍ଧା ପୋରବନ୍ଦର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୨୯୦ କିଲୋମିଟର ଓ ଜଖାଉ ବନ୍ଦରଗାହ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୩୬୦ କିଲୋମିଟର ଦୂରରେ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.