Odisha Link
Bridging the Missing Links in Odisha

‘ମୋ-ଘର’ ଯୋଜନା ପାଇଁ ଆଜିିଠୁ ଆବେଦନ, କେମିିତି କରିବେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ। ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ମୋ ଘର ଯୋଜନାରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି।

ମୋ ଘର ଯୋଜନା କ’ଣ ?

ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି “ମୋ ଘର” ନାମରେ ନୂତନ ଯୋଜନା। ଏଥିରେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାର କଠୋର ଚୟନ ମାନଦଣ୍ଡରେ ବାଦ୍ ପଡିଥିବା ପରିବାର ଉପକୃତ ହେବେ। ସେହିପରି ପୂର୍ବରୁ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ମଧ୍ୟ ଏହି ଯୋଜନାରେ ଘରର ଉନ୍ନତିକରଣ ବା ସଂପ୍ରସାରଣ କରିପାରିବେ।

କ’ଣ ରହିଛି ସୁବିଧା ?

ଏହି ଯୋଜନାରେ ହିତାଧିକାରୀ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷ ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ। ବ୍ୟାଙ୍କ ଋଣ ପାଇଁ ରହିଛି ୪ଟି ସ୍ଲାବ୍‌। ହିତାଧିକାରୀ ଚାହିଁଲେ ୧ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ଋଣ ନେଇପାରିବେ।

କେଉଁମାନଙ୍କୁ ମିଳିବ ‘ମୋ ଘର’ 

ସେହିପରି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ପରିମାଣର ସହାୟତା ରାଶି ପାଇଥିବେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିବ। ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ। ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ। ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ। ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଲାଭ ପାଇପାରିବେ।

କେମିତି କରିବେ ଆବେଦନ:

ଋଣ ପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିବା ପୂର୍ବରୁ ଯୋଜନା ପାଇଁ ଥିବା https://rhodisha.gov.in/moghara/ ଓ୍ବେବସାଇଟରେ ପଞ୍ଜିକରଣ କରିବାକୁ ପଡିବ। ଜୁନ୍ ୧୬ତାରିଖରୁ ଆବେଦନ ଗ୍ରହଣ କରାଯିବ। ଆବେଦନକାରୀ ନିଜେ କିମ୍ବା ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ। ଆବେଦନପତ୍ର ଦାଖଲ ବେଳେ ଆବେଦନକାରୀଙ୍କୁ ପାସପୋର୍ଟ ଫଟୋ, ଆଧାରକାର୍ଡ, କେଓ୍ବାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ଦେବାକୁ ପଡିବ। ଆବେଦନକାରୀ ଋଣ ପରିମାଣର ୧୦ପ୍ରତିଶତ ରାଶି ମାର୍ଜିନ୍ ଅର୍ଥ ଭାବେ ବିନିଯୋଗ କରିବେ। ଗୃହ ନିର୍ମାଣସ୍ତର ଅନୁସାରେ ଋଣ ରାଶି ୨ରୁ ୩ଟି ପର୍ଯ୍ୟାୟରେ ଦିଆଯିବ। ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ବର୍ଷରେ ୨୧୫୦କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଛି।

Leave A Reply

Your email address will not be published.