Odisha Link
Bridging the Missing Links in Odisha

ଏଲନ ମସ୍କଙ୍କ ଟ୍ୱିଟରେ ପିଏମ୍ ମୋଦିଙ୍କ ପ୍ରଶଂସା

ମୋଦି ନିଜ ଦେଶରେ ନୂଆ କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବାକୁ ଚାହାନ୍ତି ବୋଲି କହିଛନ୍ତି ଟ୍ୱିଟରର ପୂର୍ବତନ ସିଇଓ ଏଲନ ମସ୍କ

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ। ଏହି ଅବସରରେ ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସାମିଲ୍ ହୋଇଥିଲେ ମୋଦି। ଏହା ସହ ମୋଦିଙ୍କୁ ଭେଟିଥିଲେ ଟ୍ୱିଟର ମାଲିକ ଏଲନ ମସ୍କ। ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଟ୍ୱିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟ ମାଧ୍ୟମରେ କହିଛନ୍ତି, ମୁଁ ମୋଦିଙ୍କ ଫ୍ୟାନ୍ ଓ ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ। ଭାରତର ଭବିଷ୍ୟତକୁ ନେଇ ମୁଁ ଅଧିକ ଉତ୍ସାହିତ। ଅନ୍ୟ ଦେଶ ଅପେକ୍ଷା ଭାରତରେ ସମ୍ଭାବନା ଅଧିକ। ନୂଆ କମ୍ପାନୀ ଗୁଡ଼ିକୁ ନେଇ ମୋଦି ଅତ୍ୟନ୍ତ ଉଦାରବାଦୀ। ମୋଦି ନିଜ ଦେଶରେ ନୂଆ କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବାକୁ ଚାହାନ୍ତି ବୋଲି କହିଛନ୍ତି ଟ୍ୱିଟରର ପୂର୍ବତନ ସିଇଓ ଏଲନ ମସ୍କ।

https://twitter.com/elonmusk/status/1671360205056098304?s=20 

ସୂଚନା ଅନୁସାରେ, ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ। ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ। ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ।

Leave A Reply

Your email address will not be published.