Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଅନୁଧ୍ୟାନ ହେବ ଗର୍ଭଗୃହ ଓ ନାଟମଣ୍ଡପ

ଗର୍ଭ ଗୃହ ଭିତରେ ମୂଷା ଗାତକୁ ତା’ର ଜାଲିରେ ବନ୍ଦ କରାଯାଇଛି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ପହଞ୍ଚିଲେ ଏଏସ୍‌ଆଇ ଡିଜି କିଶୋର ବାସା। ଗର୍ଭ ଗୃହ ଓ ନାଟମଣ୍ଡପ ଅନୁଧ୍ୟାନ କରିବେ ଏଏସ୍‌ଆଇ ଡିଜି। ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଏଏସଆଇ ପ୍ରସ୍ତୁତ ଥିବା କହିଲେ ଏଏସ୍‌ଆଇ ଡିଜି। ସଂରକ୍ଷଣରେ କୌଣସି ଅସୁବିଧା ହେବ ନାହିଁ। ଗର୍ଭ ଗୃହ ଭିତରେ ମୂଷା ଗାତକୁ ତା’ର ଜାଲିରେ ବନ୍ଦ କରାଯାଇଛି ବୋଲି କହିଲେ ଏଏସ୍‌ଆଇ ଡିଜି।

ଖବର ଅନୁସାରେ, ଗତ ଜୁନ ୨୨ରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ସହ ଏଏସଆଇ ଟିମ୍ ମଧ୍ୟ ସାମିଲ ଥିଲେ। ଗର୍ଭଗୃହ ଯାଞ୍ଚ ସହ ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବା ପାଇଁ ଉପସ୍ଥିତ ଥିଲେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ରଥଯାତ୍ରାର ୯ଦିନ ଭିତରେ ଏହି କାମ ଶେଷ କରାଯାଏ।

Leave A Reply

Your email address will not be published.