Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ: ନଦୀ କୂଳରୁ ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି। ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ ଆସିବା ବେଳେ ହଠାତ୍ ତାଙ୍କୁ କୁମ୍ଭୀର ଟାଣିନେଇଥିଲା।

ଏହି ସମୟରେ ଗଙ୍ଗାଧର ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ, ହେଲେ ସେତେବେଳକୁ କୁମ୍ଭୀରଟି ଗଙ୍ଗାଧରଙ୍କୁ ପାଣି ଭିତରକୁ ନେଇ ଅଦୃଶ୍ୟ ହୋଇସାରିଥିଲା। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏବେ ବି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି। ହେଲେ ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ।