Odisha Link
Bridging the Missing Links in Odisha

ବାହାନଗା ଟ୍ରେନ୍ ଦୁର୍ଘଟଣା: ଚିହ୍ନଟ ହେଲା ଆଉ ୨୯ଟି ମୃତଦେହ

ଟ୍ରେନ୍ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଂଚିଛି।

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଅନେକ ଆହତ ଚିକିତ୍ସାଧୀନ ଅବସ୍ଥାରେ ଏବେ ବି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୯ଟି ମୃତଦେହ ଚିହ୍ନଟ କରାଯାଇଛି।

ଡିଏନଏ ଟେଷ୍ଟ ଜରିଆରେ ଚିହ୍ନଟ ହେଲା ଆଉ ୨୯ଟି ମୃତଦେହ। ସେହି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡ଼ିକ ବିହାର ଓ ପଶ୍ଚିମବଙ୍ଗର ଥିବା ସୂଚନା ମିଳିଛି। ମୃତଦେହଗୁଡ଼ିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟକୁ ହସ୍ତାନ୍ତର କରାଯିବ।

ଅନ୍ୟପଟେ, ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୯୨ ଥିବାବେଳେ ଯାହା ବର୍ତମାନ ୨୯୩କୁ ବୃଦ୍ଧି ପାଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ବିହାର ହୋଇଥିବାବେଳେ ତାଙ୍କ ନାମ ହେଉଛି ମନୀଷ କୁମାର। ଟ୍ରେନ୍ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଂଚିଛି।

Leave A Reply

Your email address will not be published.