Odisha Link
Bridging the Missing Links in Odisha

ଆଇଏଏସ୍ ଅଫିସର କିଭଳି ରାଜନୀତି କରୁଛନ୍ତି: ଜୁଏଲ ଓରାମ

ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ସାଂସଦ ଜୁଏଲ ଓରାମ ବିରୋଧ କରିବା ସହ ଅପରାଜିତା ଷଡ଼ଙ୍ଗୀ ଉଠାଇଥିବା ପ୍ରସଙ୍ଗକୁ ଠିକ୍ ବୋଲି କହିଛନ୍ତି। ଆଇଏଏସ ଅଫିସର କିଭଳି ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ ଓରାମ। ଏହା ସହ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଲେ ଜୁଏଲ ଓରାମ।

ଅନ୍ୟପଟେ, କ୍ଷମତା ହସ୍ତାନ୍ତର କରାଯାଇନି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କ୍ଷମତା ହସ୍ତାନ୍ତର ନୁହେଁ, କର୍ତ୍ତବ୍ୟ କରିବାକୁ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରର ଚିଠି ଏକ ସ୍ବାଭାବିକ ପ୍ରକ୍ରିୟା। ଆଗରୁ ମଧ୍ୟ ଏକାଧିକ ଥର ଏମିତି ହୋଇଛି। ଏହା ଶାସନ ବ୍ୟବସ୍ଥାର ଏକ ପ୍ରକ୍ରିୟା। ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶବିଶେଷ।

ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଏଥିରେ ଅସୁବିଧା କଣ। ମୁଖ୍ୟମନ୍ତ୍ରୀ ଶାସନର ମୁଖ୍ୟ, ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ତାଙ୍କ କାମ। ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନ ଥାଏ ସେମାନେ ଏହାକୁ ପ୍ରସଙ୍ଗ କରନ୍ତି।

ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଚିଠି ଦେଇଥିଲେ। ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି। ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରାଯାଇଥିଲା। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କରିଥିଲେ ଅଭିଯୋଗ। ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନ ଡ୍ରାଇଭ। ୨୪ ଜୁନରେ ଲିଖିତ ଅଭିଯୋଗ କରିଥିଲେ ଅପରାଜିତା। ଚିଠିରେ ସଂଲଗ୍ନ ଅଛି ଫଟୋ, ଭିଡିଓ, ସିଡି ଓ ପେନଡ୍ରାଇଭ। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁ ସଚିବଙ୍କ ଚିଠି ପରେ ଅପରାଜିତା ପ୍ରତିକ୍ରିୟା ରଖିଥିଲେ ଅପରାଜିତା।

ଟୁଇଟ୍ ଯୋଗେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ନେଇଛି। କଣ୍ଡକ୍ଟ ରୁଲ୍‌ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସିଏସ ଷ୍ଟେଟ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି, ଆକ୍ସନ ପାଇଁ ତାଙ୍କୁ କୁହାଯାଇଛି। ଆଶା କରୁଛୁ ଆଇନ ତା ବାଟରେ ଯିବ ଏବଂ ଓଡ଼ିଶା ଦେଖିବ ବୋଲି ରେଖିଛନ୍ତି ସାଂସଦ କହିଥିଲେ।

Leave A Reply

Your email address will not be published.