Odisha Link
Bridging the Missing Links in Odisha

ଆଜି +୨ ନାମଲେଖା ଆବେଦନ ପ୍ରକ୍ରିୟାର ଶେଷ ତାରିଖ, ଜାଣନ୍ତୁ କେବେ ଆସିବ ମେଧା ତାଲିକା

ଜୁନ ୩୦ ରାତି ୧୧ଟା ୪୫ ମଧ୍ୟରେ ଅନ୍‌ଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମେ ୨୯ରୁ ଆରମ୍ଭ ହୋଇ ଆଜି ଶେଷ ହେବାକୁ +୨ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି। ଜୁନ ୩୦ ରାତି ୧୧ଟା ୪୫ ମଧ୍ୟରେ ଅନ୍‌ଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ସୂଚନା ଅନୁସାରେ, ୨ ଜୁଲାଇ ପ୍ରକାଶ ପାଇବ ପ୍ରଥମ କଟ୍‌ ଅଫ ତାଲିକା। ୩ ଜୁଲାଇରୁ ୮ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଦ୍ୱିତୀୟ ମେଧା ତାଲିକା ୧୬ ଜୁଲାଇରେ ପ୍ରକାଶ ପାଇଁ ୧୯ ସୁଦ୍ଧା ନାମଲେଖା ହେବ। ୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି।

ଖବର ଅନୁସାରେ, ମେ ୧୮ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ। ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର। ଏପଟେ ଛାତ୍ରଙ୍କ ପାସ୍ ହାର ଅଛି ୯୫.୭୫ ପ୍ରତିଶତ। ତେବେ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି।

Leave A Reply

Your email address will not be published.