Odisha Link
Bridging the Missing Links in Odisha

ଜେଲ୍‌ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ, ଅଚଳାଅଚଳ ସଂପତ୍ତି ଠାବ

୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଡିପୋଜିଟ୍‌।

ଓଏଲ୍‌ ବ୍ୟୁରୋ: ଜେଲ୍‌ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ୍‌ ଗଲେ। ସୁନ୍ଦରଗଡ଼ ଜେଲ୍‌ ଗଲେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର ହୋଇଥିଲେ। ରିମାଣ୍ଡ ବେଳେ ପ୍ରଶାନ୍ତଙ୍କ ଆହୁରି ଅଚଳାଅଚଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ୨ଟି ବେନାମୀ ପ୍ଲଟ ସମେତ ଭଦ୍ରକ, ଭୁବନେଶ୍ୱରରେ ୩ଟି ପ୍ଲଟ ଠାବ। ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଡିପୋଜିଟ୍‌। ପୂର୍ବରୁ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା। ଯାହା ନିଜସ୍ୱ ଆୟ ତୁଳନାରେ ୫୦୬ ପ୍ରତିଶତ ଅଧିକ ଥିଲା।

ଖବର ଅନୁସାରେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା। ଗିରଫ ପରେ ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର। ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରଶାନ୍ତ ରାଉତ। ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିଲା। ରେଡ ସମୟରେ ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ ହୋଇଥିଲା। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ପେଟି ଜବତ ହୋଇଥିଲା।

Leave A Reply

Your email address will not be published.