Odisha Link
Bridging the Missing Links in Odisha

ପୁଣି ଟିଭି ପରଦାରେ ଦେଖିବାକୁ ମିଳିବ ରାମାୟଣ, ଖୁସିବ୍ୟକ୍ତ କଲେ ଅରୁଣ ଗୋଭିଲ

‘ରାମାୟଣ’ ଅତୀତରେ ଦୂରଦର୍ଶନରେ ପ୍ରକାଶିତ ହୋଇ ଅନେକ ଲୋକପ୍ରିୟତା ହାସଲ କରିସାରିଛି

ଓଏଲ୍‌ ବ୍ୟୁରୋ: ରାମାୟଣ ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣି ଥରେ ଟିଭି ପରଦାକୁ ଆସିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’। ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ହେଉଥିବାବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ‘ରାମାୟଣ’ ଅତୀତରେ ଦୂରଦର୍ଶନରେ ପ୍ରକାଶିତ ହୋଇ ଅନେକ ଲୋକପ୍ରିୟତା ହାସଲ କରିସାରିଛି। ବର୍ତମାନ ପୁଣି ଏହା ପ୍ରସାରଣ ହେବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ‘ରାମାୟଣ’ରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ।

ଖବର ଅନୁସାରେ, କ‌ରୋନା ସମୟରେ ଲକ୍‌ଡାଉନ୍‌ ହୋଇଥିବା ବେଳେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଟିଭି ପରଦାରେ ପୁନଶ୍ଚ ପ୍ରସାରଣ ହୋଇଥିଲା। ବର୍ତମାନ ଜୁଲାଇ ୫ ତାରିଖରୁ ‘ରାମାୟଣ’ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଏହା ସଂଧ୍ୟା ୭.୩୦ ସମୟରେ ‘ସେମାରୋ ଟିଭି’ରେ ଦେଖିବାକୁ ମିିଳିବ। ଲୋକମାନଙ୍କ ଅତିପ୍ରିୟ ରାମାୟଣ ପ୍ରଥମ ଥର ପାଇଁ ୧୯୮୭ ମସିହାରେ ‘ଦୂରଦର୍ଶନ’ରେ ପ୍ରସାରିତ ହୋଇଥିଲା। ଯାହାକୁ ଅନେକ ଭଲପାଇବା ମିଳିଥିଲା।

Leave A Reply

Your email address will not be published.