Odisha Link
Bridging the Missing Links in Odisha

ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି! ସ୍ୱାଭାବିକ ହେବ ମୌସୁମୀ

ଓଏଲ୍ ବ୍ୟୁରୋ: ଜୁଲାଇ ଆରମ୍ଭରୁ କମିଛି ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ଜୁନରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ତେବେ ସ୍ୱାଭାବିକ ସ୍ଥିତିକୁ ମୌସୁମୀ ପୁଣିଥରେ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ଆଜିଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡ଼ି ସହ ବର୍ଷା ଲାଗିରହିଥିବାରୁ ଏଭଳି ଆଶଙ୍କା କରାଯାଉଛି।

Leave A Reply

Your email address will not be published.